ପରିତ୍ୟକ୍ତ କୂଅରୁ ୧୬ ଫୁଟର ଅହିରାଜ ଉଦ୍ଧାର - କୂଅ ଭିତରୁ ୧୬ ଫୁଟର ଅହିରାଜ ଉଦ୍ଧାର
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଡୁକୁରା ରେଞ୍ଜ ବଣିଆବସା ନୂଆଗାଁ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ୧୬ ଫୁଟର ଅହିରାଜ ଉଦ୍ଧାର। ସୂଚନା ଅନୁଯାୟୀ ନୂଆଗାଁ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ସାପଟିକୁ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ସହ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟାତ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଅକ୍ଷତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦେଇଥିବା ଜଣାପଡ଼ିଛି । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ