କେଶର ପିସ୍ତା ମୋଦକ ସହ ଏଥର କରନ୍ତୁ ବିଘ୍ନ ବିନାୟକଙ୍କ ପୂଜା - ganesh chaturthi
ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ। ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି। ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ। ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା, ମୋଦକ ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି। ତେବେ ଆଜି ଆମେ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିବା କେଶର ପିସ୍ତା ମୋଦକ । ଯାହା ଗଣେଶଙ୍କର ବହୁତ ପ୍ରିୟ । ବାଲ୍ ଗୋପାଳଙ୍କ ଠାରୁ ଆରମ୍ଭ କରି ଗଣେଶଙ୍କ ପର୍ଯ୍ୟନ୍ତ । ସମସ୍ତ ଦେବାଦେବବୀଙ୍କୁ ସନ୍ତୁଷ୍ଟ କରିବାର ଏକ ମାତ୍ର ମାଧ୍ୟମ ମିଷ୍ଟାନ୍ନ(ମିଠା) ନୈବେଦ୍ୟ କରିବା । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ କେଶର ପିସ୍ତା ମୋଦକ...