ରଜ ଉତ୍ସବ: କେନ୍ଦ୍ରାପଡ଼ା ସହରରେ କୁମାରୀଙ୍କ ମଉଜ, ରଜଦୋଳି ପାନରେ ଜମିଲା ଆସର - ରଜଦୋଳି ପାନରେ ଜମିଲା ଆସର
କେନ୍ଦ୍ରାପଡ଼ା: ଆଜି ପହିଲି ରଜ ଅବସରରେ ମହକୁଛି ପୁରପଲ୍ଲୀ । କୋଭିଡ କାରଣରୁ ଦୁଇବର୍ଷ ଧରି ଘରେ ରହି ରଜପର୍ବର ସରସତାକୁ ଭୁଲି ଯାଇଥିବା କୁମାରୀ ମାନେ ଆଜି ପହିଲି ରଜରେ ପୋଡପିଠା, ମଣ୍ଡା ପିଠା, ଚକୁଳି ପିଠା ସାଙ୍ଗକୁ ପାନଖିଲ ଆଉ ଦୋଳି ଖେଳିବାର ଭରପୁର ମଜ୍ଜା ଉଠାଉଛନ୍ତି କେନ୍ଦ୍ରାପଡ଼ା ଇଚ୍ଛାପୁରର ବାସିନ୍ଦା । ଅଳତା, କୁମକୁମ, ମେହେନ୍ଦୀରେ ସଜେଇ ହେଉଛନ୍ତି ଯୁବତୀ ଓ ନବ ବିବାହିତା । ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ ପାଇଁ ଉତ୍ସବମୁଖର ଗାଁଠୁ ସହର ହେଉଥିବା ବେଳେ ରଜପର୍ବରେ ଯୁବତୀମାନେ ନିଜର ସାଙ୍ଗଘରକୁ ଯାଇ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ଦେଖାଯାଇଛି । ନୂଆ ଡ୍ରେସ ଓ ଶାଢ଼ୀ କିଣାକିଣି ପାଇଁ ଏଥର ବଜାରରେ ପ୍ରବଳ ଭିଡ଼ ହୋଇଥିବା ଦେଖାଦେଇଥିଲା । ତେବେ ଜିଲ୍ଲାରେ କିଭଳି ହେଉଛି ରଜପର୍ବ ପାଳନ ସେନେଇ କେନ୍ଦ୍ରାପଡ଼ା ଇଚ୍ଛାପୁରରୁ ଆମକୁ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ରାଧାକାନ୍ତ ମହାନ୍ତି ।