ଶିକ୍ଷୟିତ୍ରୀଙ୍କ ଡରରେ ଶୌଚାଳୟ ସଫା କଲେ ସ୍କୁଲ ପିଲା - ଶୌଚାଳୟ ସଫା କଲେ ସ୍କୁଲ ଛାତ୍ର
ବେଙ୍ଗାଲୁରୁ: ସ୍କୁଲରେ ଶୌଚାଳୟ ସଫା କଲେ ଛାତ୍ରଛାତ୍ରୀ । କ୍ଲାସ ବନ୍ଦ କରିବାରୁ ସ୍କୁଲ ଶିକ୍ଷୟିତ୍ରୀ ଦଣ୍ଡ ସୂରୁପ ଛୋଟ ଛୋଟ ପିଲାଙ୍କୁ ଶୌଚାଳୟ ସଫା କରିବାକୁ ବାଧ୍ୟ କଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଘଟଣାଟି ହେଉଛି କର୍ଣ୍ଣାଟକ ଗଡଗ ତାଲୁକ ଅଞ୍ଚଳରେ ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର । ଏଠାରେ ସପ୍ତମ ଶ୍ରେଣୀରେ ପଢୁଥିବା ୪ରୁ ୫ ଜଣ ଛାତ୍ରୀ ହାତରେ ବାଲ୍ଟି ପାଣି ଧରି ଶୌଚାଳୟ ସଫେଇ କରୁଥିବାର ଭିଡିଓରେ ଦେଖାଯାଇଛି । ଏନେଇ ଏହି ପିଲାମାନେ କହିଛନ୍ତି, ''ଯଦି ଶୌଚାଳୟ ସଫା ନ କରୁ ତେବେ ଶିକ୍ଷୟିତ୍ରୀ ଆମକୁ ବହୁତ ମାଡ ମାରିବେ ବୋଲି କହିଲେ । ତେଣୁ ତାଙ୍କ କଥାରେ ଭୟଭୀତ ହୋଇ କଥାରେ ଆମେ ଏପରି କରୁଛୁ ।'' ଏହି ପୁରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଉଦବେଗ୍ ପ୍ରକାଶ ପାଇଛି ।
Last Updated : Jul 23, 2022, 6:52 PM IST