Raining Tree: ଖରା ପାଗରେ କେବଳ ବେଲ ଗଛ ତଳେ ହେଉଛି ବର୍ଷା, ଭିଡିଓ ଭାଇରାଲ
ବେଙ୍ଗାଲୁରୁ: କର୍ଣ୍ଣାଟକ କୋଦାଗୁ ଜିଲ୍ଲାର ଏକ ଆଚମ୍ବିତ କଲା ପରି ଘଟଣା ଦେଖିବାକୁ ମିଳିଛି । ଚାରିଆଡ଼େ ଟାଣ ଖରା ହେଉଥିବାବେଳେ କିଛି ଗଛ ତଳେ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷା ହେଉଛି । ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମୁଛି । ଶିବଙ୍କ ପୂଜାରେ ଲାଗୁଥିବା ଏହି ବେଲ ପତ୍ର(Bilva Patra tree) ଗଛ ତଳୁ ପାଣି ବୁନ୍ଦା ପଡୁଛି । ଏହି ପାଣି କେଉଁଠୁ ଆସୁଛି ତାହା ଦୃଶ୍ୟମାନ ହେଉନି । ଏହା ଗଛରୁ ପଡୁଛି କି ଆକାଶରୁ ତାହା ସଠିକ ଭାବେ ସ୍ଥାନୀୟ ଲୋକେ କହିପାରୁନାହାନ୍ତି । ଏହାପରେ ଲୋକେ ପାଣିକୁ ସଂଗ୍ରହ କରି ପରୀକ୍ଷଣ ପାଇଁ ଲାବ୍ରୋଟୋରୀକୁ ପଠାଇଛନ୍ତି ।