କମଳା ବେଶରେ ଦର୍ଶନ ଦେଲେ ମା’ ଗଡ଼ଚଣ୍ଡୀ - କମଳା ବେଶରେ ଦର୍ଶନ ଦେଲେ ମା’ ଗଡ଼ଚଣ୍ଡୀ
କଟକ: ଷୋଡ଼ଶ ଉପଚାର ପୂଜାରେ ଆଜି ଗଡ଼ଚଣ୍ଡୀ ନେଇଛନ୍ତି କମଳା ବେଶ । ନବରାତ୍ର ପୂଜାରେ ଏହି ବେଶ ଅତି ମନୋରମ ଓ ଭକ୍ତିମୟ । ଯାହାକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ତେବେ କୋଭିଡ କଟକଣା ମଧ୍ୟରେ ଦର୍ଶନ ଦେଉଛନ୍ତି ମା’ ଗଡ଼ଚଣ୍ଡୀ । କୁହାଯାଏ ଯେ, ଆଜିର ଦିନରେ ଯିଏ ମା’ର ଏହି ଭବ୍ୟ ରୁପକୁ ଦର୍ଶନ କରେ, ତାଙ୍କର ଶହ ଶହ ଜନ୍ମର ପାପ ଖଣ୍ଡନ ହୋଇଥାଏ ବୋଲି ବିଶ୍ବାସ ରହିଛି।