କଳକୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - କଳକୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୋନପୁର ଗଡଜାତର ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର କଳକୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ନୃସିଂହ ଦେବ ବା ଗୁଣ୍ଡିଚା ମନ୍ଦିରରେ ବେନି ଭାଇ କଳକୀ ବେଶ ଧାରଣ କରି ଲୀଳା କରିଛନ୍ତି । ନୃସିଂହ ଦେବଙ୍କ ସହିତ ଶ୍ରୀ ବିଗ୍ରହ ମାନଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଏହି ଅବସରରେ ଗୁଣ୍ଡିଚା ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଟିଭି ଭାରତ, ସୁବର୍ଣ୍ଣପୁର