କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଧାରଣା - କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଧାରଣା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଧାରଣା । କଳା ବ୍ୟାଚ୍ ପରିଧାନ କରି ଧାରଣାରେ ବସିଛନ୍ତି ଓକିଲ ସଂଘ । କେବିକେ ଜିଲ୍ଲା ମଧ୍ୟରେ କଳାହାଣ୍ଡି ହେଉଛି ମଧ୍ୟଭାଗ ଓ ଜଷ୍ଟିସ ଜଶବନ୍ତ ସିଂ ରିପୋର୍ଟ ଅନୁସାରେ କଳାହାଣ୍ଡି ସମସ୍ତ ନୀତିନିୟମକୁ ପାଳନ କରୁଥିବା ଏକମାତ୍ର ସ୍ଥାନ, ଯେଉଁଠି କି ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବା ଏକ ପ୍ରକାର ଜରୁରୀ ବୋଲି ଜିଲ୍ଲା ଓକିଲ ସଂଘ ପ୍ରକାଶ କରିଛି । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ଦୁଇଟି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ନେଇ ଘୋଷଣା କରିଥିବା ବେଳେ କଟକ ହାଇକୋର୍ଟ ବାର ଆସୋସିଏସନ ଏହାକୁ ବିରୋଧ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜିଲ୍ଲା ଓକିଲ ସଂଘ ।