ଓଡିଶା

odisha

ETV Bharat / videos

ସଫେଇ ସତ୍ତ୍ୱେ ଘରେ ପଶୁଛି ନର୍ଦ୍ଦମା ପାଣି - ଝାରସୁଗୁଡା ଡ୍ରେନେଜ ସମସ୍ୟା

By

Published : Jul 6, 2022, 4:10 PM IST

ଝାରସୁଗୁଡ଼ା: ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ପର୍ଦେଶୀପଡାରେ ଡ୍ରେନେଜ ସମସ୍ୟା । ଅଳ୍ପ ବୃଷ୍ଟିରେ ଘରେ ପସୁଛି ନାଳନର୍ଦ୍ଦମାର ପାଣି । ପୌରପରିଷଦ ପାଳଟିଛନ୍ତି ନିଦାବିଷ୍ଣୁ । ବର୍ଷା ଦିନ ଆସିବା ପୂର୍ବରୁ ପୌରପରିଷଦ ତରଫରୁ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ଗୋଟିଏ ବର୍ଷାରେ ଘରେ ନାଳନର୍ଦ୍ଦମାର ପାଣି ପଶିଯିବାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ବର୍ଷା ପୂର୍ବରୁ ସହରର ମେନ୍ ରୋଡର ନାଳନର୍ଦ୍ଦମା ସଫେଇ କାର୍ଯ୍ୟ କରାଯାଇଥିଲା । ବିଭିନ୍ନ ୱର୍ଡରେ ମଧ୍ୟ ସଫେଇ କାର୍ଯ୍ୟ କରାଯାଇଥିଲା । ହେଲେ ସଫେଇ ହେବା ସତ୍ତ୍ୱେ ଯଦି ଘରେ ନର୍ଦ୍ଦମା ପାଣି ପଶୁଛି ତେବେ ଏହା ନିଶ୍ଚିତ ଭାବେ ନିମ୍ନମାନର ସଫେଇ କାର୍ଯ୍ୟ କରାଯାଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ତେବେ ପୌରପରିଷଦକୁ ଅଞ୍ଚଳବାସୀ ବାରମ୍ବାର ଲିଖିତ ଭାବେ ଅବଗତ କରାଇବା ସତ୍ତ୍ୱେ ପୌରପରିଷଦ କାହିଁକି ଚୁପ ରହିଛି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପୌରପରିଷଦ ଉପାଧ୍ୟକ୍ଷ ବେଣୁଗୋପାଲ ପାଣିଗ୍ରାହୀ କହିଛନ୍ତି ଯେ, 'ସମସ୍ୟା ସମ୍ପର୍କରେ ଅବଗତ ଅଛି । ଏହି ଅଞ୍ଚଳରେ ଏକ ପୁରୁଣା ଡ୍ରେନ ରହିଛି ଯାହାର ଗଭୀରତା ହ୍ରାସ ପାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।' ଏହାର ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ଉପାଧ୍ୟକ୍ଷ । ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details