ଓଡିଶା

odisha

By

Published : Aug 18, 2022, 3:36 PM IST

ETV Bharat / videos

ସିଲଭର ସିଟିରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିଲେ ଶ୍ରଦ୍ଧାଳୁ

କଟକ: ଆଜି ପବିତ୍ର ଜନ୍ମାଷ୍ଟମୀ । ଦୁଇ ବର୍ଷର କୋଭିଡ ଵ୍ୟଵଧାନ ପରେ ସିଲଭର ସିଟିରେ ଧୁମଧାମରେ ଏହି ପର୍ବ ପାଳନ ହୋଇଛି । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । କଟକ ରାଣୀହାଟ ରାଧାକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣ ଭଗବାନଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ମନ୍ଦିର ପରିସର । ସକାଳୁ ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିଛି । ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ମନ୍ଦିର ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ବର୍ଷ କୋଭିଡ କାଳରେ ମନ୍ଦିରରେ ଏହି ପର୍ବ ସୀମିତ ଆକାରରେ ଅନୁଷ୍ଠିତ ହେଉଥିଲା । କିନ୍ତୁ କଟକଣା ମୁକ୍ତ ହେବା ପରେ ଜନ୍ମାଷ୍ଟମୀ ଓଷା ପାଳନ କରି ମନ୍ଦିର ମୁଁହା ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ ।

ABOUT THE AUTHOR

...view details