ଓଡିଶା

odisha

ଚମୋଲିରେ ରିଲିଫ ସାମଗ୍ରୀ ପହଞ୍ଚାଉଛନ୍ତି ଆଇଟିବିପି ଯବାନ, ଦେଖନ୍ତୁ ଭିଡିଓ

By

Published : Feb 10, 2021, 4:22 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗତ 7 ତାରିଖ ଦିନ ହିମସ୍ଖଳନ ଯୋଗୁଁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ହିମସ୍ଖଳନ ପରେ ଚମୋଲି ଜିଲ୍ଲା ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଏହା ପରେ ଇଣ୍ଡୋ ତିବଦ୍ଦତିଆନ ପୋଲିସ ଫୋର୍ସ (ଆଇଟିବିପି) ସହ ଏନଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଚମୋଲି ଜିଲ୍ଲାରେ ଲତା ହେଲିପ୍ୟାଡରେ ଆଇଟିବିପି ଯବାନମାନେ ଦୈନନ୍ଦିନ ରାସନ ତଥା ରିଲିଫ ସାମଗ୍ରୀ ସ୍ବତନ୍ତ୍ର ହେଲିକପ୍ଟରରେ ଯୋଗେ ଲୋକଙ୍କ ପାଖକୁ ପହଞ୍ଚାଉଛନ୍ତି। ବର୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ 36 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 150ରୁ ଅଧିକ ନିଖୋଜ ରହିଥିବା ଜଣାପଡିଛି ।

ABOUT THE AUTHOR

...view details