ଓଡିଶା

odisha

ରାସ୍ତା ଉପରେ ଜଳିଗଲା ଲୁହା ବୋଝେଇ ଟ୍ରକ

By

Published : Jun 12, 2021, 12:10 PM IST

ଯାଜପୁର: ରାସ୍ତା ଉପରେ ଜଳିଗଲା ଲୁହା ବୋଝେଇ ଟ୍ରକ । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ ଆଜି(ଶନିବାର) ସକାଳେ ଯାଜପୁର ରୋଡ ଦାନଗଦି ଛକ ନିକଟରେ ଜଣେ ଡ୍ରାଇଭର ଟ୍ରକ ଛିଡା କରାଇ ଟାୟାର ମରାମତି କରୁଥିଲେ । ଏହି ସମୟରେ ହଠାତ୍ ଟ୍ରକରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାରେ କେହି ଆହତ କି ମୃତ ହୋଇନଥିବା ଜଣାପଡିଛି । ତେବେ ଗାଡିଟି କଳିଙ୍ଗନଗରକୁ ଆସୁଥିବା ସମୟରେ ଦୁର୍ଘଟଣା ଘଟିଛି । କେଉଁ କାରଣରେ ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

...view details