ଓଡିଶା

odisha

By

Published : Jun 21, 2022, 12:09 PM IST

ETV Bharat / videos

ବୌଦ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ସେପଟେ ଆଜିଠାରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଦୈନନ୍ଦିନ ପାଠପଢା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ବେଶ ଖୁସି ପ୍ରକାଶ କରିଛନ୍ତି । ଜିଲ୍ଲା ସଦର ମହକୁମା ଠାରେ ମହାନଦୀ କୂଳରେ ଥିବା ଦିବ୍ୟ ଜୀବନ ସଂଘ ପକ୍ଷରୁ ଆୟୋଜିତ ଯୋଗ ଦିବସରେ ଏସପିଙ୍କ ଉପସ୍ଥିତିରେ ଶତାଧିକ ମହିଳା ପୁରୁଷ ଯୋଗ ଓ ପ୍ରାଣାୟମ କରିଛନ୍ତି । ସେହିପରି ଟାଉନହଲ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ନିମନ୍ତେ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଲୋକ ସମ୍ପର୍କ ଅଧିକାରୀ ଓ ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ସେପଟେ ଆଜିଠାରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଦୈନନ୍ଦିନ ଶ୍ରେଣୀ ଗୃହରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟାଳୟରେ ଆଜି ସକାଳୁ ଛାତ୍ରଛାତ୍ରୀ ପ୍ରଥମେ ଯୋଗ କରିବା ସହିତ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିଥିବାରୁ ବେଶ ଆନନ୍ଦ ପ୍ରକାଶ କରିଥିଲେ ।

ABOUT THE AUTHOR

...view details