ଓଡିଶା

odisha

ETV Bharat / videos

International Yoga Day: ଜଗତସିଂହପୁରରେ ଯୋଗ ଶିବିରରେ ସାମିଲ ହେଲେ ଶତାଧିକ ଲୋକେ - ଏସଭିଏମ କଲେଜରେ ଯୋଗ ଶିବିର

By

Published : Jun 21, 2022, 5:58 PM IST

ଜଗତସିଂହପୁର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜଗତସିଂହପୁର ଓ ପାରାଦ୍ବୀପ ସହରର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ଆଜି ସକାଳୁ ସହର ହେଉ କି ଗାଁ ସବୁଠି ଲୋକେ ଯୋଗ କରୁଥିବାର ଦେଖିବାକୁ ମିଳିଛି । ଯୋଗ ଦ୍ବାରା ଶରୀର ସୁସ୍ଥ ରହି ପାରିବା ସହ ମାନସିକ ଆନନ୍ଦ ମଧ୍ୟ ମିଳିଥାଏ । ଯାହାକୁ ନେଇ ଜଗତସିଂହପୁର ସହରର ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ସାମୂହିକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସହରର ଶତାଧିକ ଲୋକ ଯୋଗ କରିଥିଲେ । ସେହିଭଳି ପାରାଦ୍ବୀପରେ ମଧ୍ୟ ବିଭିନ୍ନ ସ୍ଥାନରେ ସାମୂହିକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details