ଓଡିଶା

odisha

ETV Bharat / videos

ବାଲୁକାକଳାରେ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଶ୍ରଦ୍ଧାଞ୍ଜଳି - ପ୍ରଫୁଲ୍ଲ କରଙ୍କ ପାଇଁ ବାଲୁକା କଳା

By

Published : Apr 18, 2022, 9:41 PM IST

ପୁରୀ: ବାଲୁକା ଚିତ୍ରକଳାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପଦ୍ମଶ୍ରୀ ପ୍ରଫୁଲ କରଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି । ଏହାକୁ ନେଇ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଫୁଲ କରଙ୍କୁ ବାଲୁକା କଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ଜଗତକୁ ଏକ ନୂଆ ମୋଡ଼ ଦେଇଥିବା ଦିବଙ୍ଗତ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର । ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ଦର୍ଶନ ଶେଷ ହେବା ପରେ ପୁଅ ମହାଦୀପ କର ତାଙ୍କୁ ମୁଖାଗ୍ନି ଦେଇଥିଲେ । କମଳ ଦେଶର ରାଜକୁମାର ଭାବେ ଘରେ ଘରେ ପରିଚିତ ଥିବା ଏହି ବିଶିଷ୍ଟ ସଂଗୀତଜ୍ଞ ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details