International Clinical Trials Day: ପଦଯାତ୍ରା ମାଧ୍ୟମରେ ସଚେତନତା - ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ
ଭୁବନେଶ୍ବର: ମେ ୨୦ ତାରିଖକୁ ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ(International Clinical Trials Day) ଭାବେ ପାଳନ କରାଯାଏ । ଏ ଅବସରରେ ଫାର୍ମା ଟ୍ରେଣ୍ଡଜ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବହୁ ଅଭିନେତ୍ରୀ ଅଭିନେତ୍ରୀ ଯୋଗ ଦେଇଥିବା ବେଳେ ଡକ୍ଟର ଏଲ୍ ଏନ୍ ଅଗ୍ରୱାଲ ଏଥିରେ ସାମିଲ ହୋଇଥିଲେ । ଏହାର ପ୍ରଚାର ପ୍ରସାର ପାଇଁ ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ଏହାକୁ ଓଡ଼ିଶା ତଥା ସାରା ଭାରତରେ ଆଗେଇ ନେବା ସମ୍ପର୍କରେ ମତ ପ୍ରଦାନ କରିଥିଲେ। କୋଭିଡର ବିଭିନ୍ନ ପ୍ରକାର ଭାରିଆଣ୍ଟ ଆସିବା ପରେ ଭାକ୍ସିନର ପରୀକ୍ଷଣ କରାଯାଇ ଏହା ବ୍ୟବହାର ଯୋଗ୍ୟ ହେବା ପରଠୁ କ୍ଲିନିକାଲ ଟ୍ରାଏଲ ଲୋକ ଲୋଚନକୁ ଆସିପାରିଛି। ଏଥିରେ କମ୍ପାନୀର ମୁଖ୍ୟ ଡ. ସାଇପ୍ରସନ୍ନ ବେହେରା ଏବଂ ପରାମର୍ଶଦାତା ସୁଦୀପ ପାତ୍ର ଯୋଗ ଦେଇଥିଲେ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ