ଓଡିଶା

odisha

କେଦାରନାଥ ଧାମରେ ମନ ମୋହୁଛି ଶିବ ପାର୍ବତୀଙ୍କ ଆକର୍ଷଣୀୟ ରଙ୍ଗୋଲି

By

Published : Sep 29, 2022, 9:47 AM IST

ଡେରାଡୁନ: ଶାରଦୀୟ ନବରାତ୍ରୀ ଅବସରରେ ପବିତ୍ର କେଦାରନାଥ ଧାମକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପ୍ରତ୍ୟେହ ହଜାର ହଜାର ସଂଖ୍ୟକ ତୀର୍ଥଯାତ୍ରୀ ଏଠାକୁ ଆସି ବାବାଙ୍କ ଦର୍ଶନ କରିବା ସହ ସ୍ବର୍ଗୀୟ ଅନୁଭୂତି ଲାଭ କରୁଛନ୍ତି । ତେବେ ଏହି ନବରାତ୍ରି ଅବସରରେ ପବିତ୍ର କେଦାରନାଥ ଧାମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ମନ୍ଦିର ପରିସରରେ ତିଆରି ଆକର୍ଷଣୀୟ ରଙ୍ଗୋଲି । ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିଖା ଶର୍ମା କେଦାରନାଥ ଧାମରେ ମହାଦେବ ଓ ମାତା ପାର୍ବତୀଙ୍କ ଅତ୍ୟନ୍ତ ସୁନ୍ଦର ରଙ୍ଗୋଲି କରିଛନ୍ତି(Rangoli of Lord Shiva and Parvati) । ଯାହାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଲାଗୁଛି । ଶିଖା ନିଜ ଟିମ୍ ସହ ପ୍ରଭୁ ଶିବ ଓ ପାର୍ବତୀଙ୍କ ଏହି ରଙ୍ଗୋଲି ପ୍ରସ୍ତୁତ କରିଛନ୍ତି । ଏହାସହିତ ତାଙ୍କର ସଂକଳ୍ପ ପୂରା ହୋଇଛି । ଶିଖା ନିଜ ଟିମ୍ ସହ ଇନ୍ଦୋରରୁ କେଦାରନାଥ ଯାଏଁ ରଙ୍ଗୋଲି କରିବେ ବୋଲି ସଂକଳ୍ପ ନେଇଥିଲେ ।

ABOUT THE AUTHOR

...view details