Raksha Bandhan: ଆଶ୍ରମରେ ଅନ୍ତେବାସୀ ପାଳିଲେ ରାକ୍ଷୀ ଉତ୍ସବ
ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ରକ୍ଷାର ସଂକଳ୍ପ ନେଇଥାଏ । ରାକ୍ଷୀ କେବଳ ଗୋଟେ ଡୋର ନୁହେଁ ଏହା ଭାଇ ଭଉଣୀ ପବିତ୍ର ସମ୍ପର୍କର ସାକ୍ଷୀ । ଏହି ଦିନକୁ ସବୁ ଭାଇ ଭଉଣୀ ବେଶ ଖୁସିରେ ମନେଇଥିବାବେଳେ, ଭୁବନେଶ୍ବରର ମଧୁରମୟୀ ଆଶ୍ରମରେ କଏଦୀମାନଙ୍କ ପିଲାମାନେ ହଷ୍ଟେଲରେ ପାଳିଛନ୍ତି ରାକ୍ଷୀ ଉତ୍ସବ । ଭଉଣୀ ମାନେ ସୁସଜ୍ଜିତ ଥାଳି ଦୀପ ମିଠା ଓ ରାକ୍ଷୀ ଧରି ଭାଇ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଭାଇମାନେ ବି ସବୁବେଳେ ସାଥିରେ ରହିବା ପାଇଁ ପ୍ରତିଶୃତି ଦେଇଛନ୍ତି ।