ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ, କୁକୁର ବେକରେ ରଶି ଲଗାଇ କାରରେ ଘୋଷାଡି ନେଲେ - ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ
ଜୟପୁର: ହଜି ଯାଉଛି ମାନବିକତା । ସଭ୍ୟ ମଣିଷ କରୁଛି ଅସାମାଜିକ କାର୍ଯ୍ୟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ । କୁକୁର ବେକରେ ରଶି ଲଗାଇ ଏକ ଚଳନ୍ତା କାର ସାହାଯ୍ୟରେ ଘୋଷାଡୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାର ଚାଳକ ଜଣେ ଡାକ୍ତର । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଚାଳକ ଜଣକ ତୀବ୍ର ଭାବରେ ଗାଡ଼ି ଚଳାଉଥିବାବେଳେ କୁକୁରକୁ ବିପଦଜନକ ଭାବେ ଟାଣୁଥିଲେ । ଉକ୍ତ ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।