ଯାଜପୁରରେ ମା' ଦୁର୍ଗାଙ୍କ ଭସାଣ ଉତ୍ସବ, ସୁରକ୍ଷା ବ୍ୟବସ୍ଥା କଡାକଡି
ଯାଜପୁର:୧୦ ଦିନର ପୂଜାର୍ଚ୍ଚନା ପରେ ଧରାଧାମରୁ ମେଲାଣି ନେଉଛନ୍ତି ମା' ଦୁର୍ଗା । ଯାଜପୁରରେ ଆରମ୍ଭ ହୋଇଛି ମା’ ଦୁର୍ଗା ଓ ହରପାର୍ବତୀଙ୍କ ଭସାଣ ଉତ୍ସବ। ବିଭିନ୍ନ ପୂଜା କମିଟିର ମେଢଗୁଡିକୁ ସିଂଘ ବାଜାର ତାଳେ ତାଳେ ଦେବୀଗଡାକୁ ବିସର୍ଜନ ନିମନ୍ତେ ନିଆଯାଉଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ ଅସ୍ଥାୟୀ ପୋଖରୀ କରାଯାଇ ସେଠାରେ ସମସ୍ତ ମେଢ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ସେହିପରି ବ୍ୟାସନଗର ପୌର ପରିଷଦରେ ମଧ୍ୟ ଧୂମଧାମର ସହିତ ଚାଲିଛି ମାଙ୍କ ଭସାଣି ଉତ୍ସବ ।