ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର ଆମରଣ ଅନଶନ, ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ - ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର ଆମରଣ ଅନଶନ
ନିଆଳି: ବିଭିନ୍ନ ଦାବି ନେଇ ନିଆଳି ତହସିଲ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ । ନିଆଳି ବ୍ଲକର ଦ୍ବିପାଞ୍ଚଳକୁ ଅବହେଳା ଏବଂ କସର୍ଦ୍ଦା ବିଟ ହାଉସକୁ ଥାନାରେ ପରିଣତ, ଦ୍ବିପାଞ୍ଚଳକୁ ନୂତନ ବ୍ଲକର ମାନ୍ୟତା, ନିଆଳିକୁ ମ୍ୟୁନିସିପାଲଟିରେ ଅନ୍ତର୍ଭୁକ୍ତ ଆଦି ମୋଟ ୧୪ଟି ଦାବି ନେଇ ଧାରଣା ଦିଆଯାଇଥିଲା । ଶୁକ୍ରବାର ଅନଶନକାରୀଙ୍କ ନିକଟରେ କଟକ ଡେପୁଟି କଲେକ୍ଟର ଶୁଭାଶିଷ ପାଲଟା ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ଏହା ପରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପକ୍ଷରୁ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।