ଓଡିଶା

odisha

By

Published : Oct 6, 2022, 9:28 PM IST

ETV Bharat / videos

ଜବଲପୁରରେ ଯୁବକଙ୍କୁ 10 ଫୁଟ ଦୂରରେ ଫିଙ୍ଗିଲା ଦ୍ରୁତଗାମୀ କାର୍‌, ଘଟଣା CCTVରେ କଏଦ

ଭୋପାଳ: ରାସ୍ତାକଡ଼ରେ ଛିଡା ହୋଇଥିବା ଯୁବକଙ୍କୁ ଧକ୍କା ଦେଲା ଭାରସାମ୍ୟ ହରାଇ ବସିଥିବା କାର୍‌ ଚାଳକ । ଏହି ଛାତିଥରା ଘଟଣା ସିସିଟିଭିରେ କଏଦ ହୋଇଛି । ମଧ୍ୟ ପ୍ରଦେଶ ରାଞ୍ଝି ଥାନା ଅନ୍ତର୍ଗତ ଚୁଙ୍ଗୀ ପାଖରେ ରାବଣପୋଡ଼ି ଦେଖି ଫେରୁଥିବା କିଛି ଯୁବକ ରାସ୍ତାକଡ଼଼ରେ ଠିଆ ହୋଇ କଥା ହେଉଥିଲେ । ଏହି ସମୟରେ ଦୃତଗାମୀ କାର୍‌ଟି ଧକ୍କା ଦେଇଥିଲା । ଯୁବକଙ୍କୁ ଧକ୍କା ଦେବାପରେ କାର୍‌ଟି ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା । ଏହି ଧକ୍କାରେ ଯୁବକ 10 ଫୁଟ ଦୂରରେ ପଡିଥିବା କୁହାଯାଉଛି । ସେପଟେ ଦୁର୍ଘଟଣା ଯୋଗୁଁ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ କାର୍‌ ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି । କାର୍‌ର ଏୟାର ବ୍ୟାଗ୍‌ ଖୋଲିଯିବାରୁ କାର୍‌ ଚାଳକ ବର୍ତ୍ତି ଯାଇଥିବା ମନେ ହେଉଛି । ମଦନିଶାରେ କାର୍‌ ଚାଳକ ଏଭଳି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି ।

ABOUT THE AUTHOR

...view details