ଓଡିଶା

odisha

ETV Bharat / videos

ଲକ୍ଷଣ ଥିଲେ ଘରେ ବିସି ଟିଭିରେ ଦେଖନ୍ତୁ ରଥଯାତ୍ରା - ରଥଯାତ୍ରା ପ୍ରସ୍ତୁତି

By

Published : Jun 28, 2022, 1:21 PM IST

ଭୁବନେଶ୍ବର: ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବୈଠକ ହୋଇଛି । 10 ଲକ୍ଷ ଲୋକଙ୍କୁ ମାକ୍ସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ପୁରୀରେ ରଥଯାତ୍ରା 50 ହଜାର ରାପିଡି ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ, ଏବଂ ଏହା ସହ ଟୀକାକରଣକୁ ଅଧିକ ବଢ଼ାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବିସି ଟିଭିରେ ରଥଯାତ୍ରା ଦେଖନ୍ତୁ । ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପୁରୀରେ ରଥଯାତ୍ରା ପାଇଁ 69 ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି । 58 ଟି ଆମ୍ବୁଲାନ୍ସ ସର୍ଭିସ, 114 ଟି ଷ୍ଟେଚର ସର୍ଭିସ, 145 ଜଣ ଡାକ୍ତର, ଫୁଡ଼ ସେପେଟି ଅଫିସର 7, ଫାର୍ମାସିଷ୍ଟ 40, ନର୍ସିଂ ଅଫିସର 30, ହେଲ୍ଥ ଅଫିସର 45, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ 287 ବେଡ଼, ପ୍ରବଳ ଗରମ ପାଇଁ ପୁରୀରେ 26 ଟି ଏସିବେଡ଼ର ବ୍ୟବସ୍ଥା ହୋଇଛି । ପୁରୀ ହସ୍ପିଟାଲରେ 200 ୟୁନିଟ ଲେଖାଏଁ ଡିଫରେଣ୍ଟ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ABOUT THE AUTHOR

...view details