ଜନତା କଫ୍ୟୁ ଏବଂ ଲକ୍ ଡାଉନକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା...
ବ୍ରହ୍ମପୁର: ଜନତା କର୍ଫ୍ୟୁ ଏବଂ ଲକ୍ ଡାଉନକୁ ନେଇ ଗଞ୍ଜାମ ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଲୋକେ କେହି ଘରୁ ସକାଳୁ ନବାହାରି ସ୍ବତ୍ତ୍ବ ପ୍ରବୃତ୍ତ ଭାବେ ଏହାକୁ ପାଳନ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲକ୍ ଡାଉନ କରାଯାଇଛି । ଗତ କିଛି ଦିନ ମଧ୍ୟରେ ଜିଲ୍ଲାକୁ 900 ଶହରୁ ଉର୍ଦ୍ଧ୍ବ ଲୋକେ ବିଭିନ୍ନ ରାଜ୍ୟରୁ ଫେରିଥିବାରୁ ଜିଲ୍ଲାରେ ବେଶ ସତର୍କତା କରାଯାଇଛି । ଅନ୍ୟପକ୍ଷେ କୋରୋନା ଚେନକୁ ଭାଙ୍ଗିବା ପାଇଁ ଜିଲ୍ଲାବାସୀଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।