ମହାରାଷ୍ଟ୍ର ଷ୍ଟାଇଲରେ କଟକରେ ଗଣେଶ ବିସର୍ଜନ, ପାରମ୍ପରିକ ବାଦ୍ୟରେ କମ୍ପିଲା ପରିବେଶ - ଗଣେଶ ବିସର୍ଜନ
କଟକରେ ଗଣେଶ ବିସର୍ଜନ । ବିସର୍ଜନରେ କମ୍ଫୁଛି ମହାରାଷ୍ଟ୍ରର ପାରମ୍ପାରିକ ବାଜା । ଢୋଲ ତାସା ସହ ହାତରେ ଧରିଛନ୍ତି ଗେରୁଆ ଧ୍ଵଜ । ଆଉ ନାରା ଦେଉଛନ୍ତି ଜୟ ଶ୍ରୀରାମ, ଜୟ ଭବାନୀ ଓ ଜୟ ଶିବାଜୀ । ଉଭୟ ପୁଅ ଓ ଝିଅ ମିଶି ବଜାଉଛନ୍ତି ମହାରାଷ୍ଟ୍ରର ପାରମ୍ପରିକ ବାଜା । ଏଭଳି ଝଲକ ଦେଖିବାକୁ ମିଳିଛି କଟକ ସହରର ମାଛୁଆ ବଜାରରେ । ଗଣେଶ ବିସର୍ଜନ ଉପଲକ୍ଷେ ମାଛୁଆ ବଜାରରେ ନ୍ୟୁ ଜୁନିଅର୍ ଷ୍ଟାର କ୍ଳବ୍ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଇଟିଭି ଭାରତ, କଟକ