ଓଡିଶା

odisha

By

Published : May 5, 2022, 2:41 PM IST

ETV Bharat / videos

କୂଅରେ ପଡିଯାଇଥିଲା ଛୁଆ ହାତୀ, JCB ସାହାଯ୍ୟରେ ଉଦ୍ଧାର କଲା ବନବିଭାଗ

ଯାଜପୁର: କୂଅରୁ ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ । ବୈରୀ ବନାଞ୍ଚଳସମିଆଁ ପଞ୍ଚାୟତ ଦେହୁରିଗଡା ଗ୍ରାମର ଏକ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି । ଗତକାଲି ରାତି ପ୍ରାୟ ୧୦.୦୦ଟା ସମୟରେ ମାଆ ହାତୀ ସହ ଛୁଆ ହାତୀଟି ଗ୍ରାମ ମଧ୍ୟକୁ ଆସିଥିବା ବେଳେ କୂଅରେ ପଡିଯାଇଥିଲା । ଏହା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ କର୍ମଚାରୀମାନେ ପହଞ୍ଚି JCB ସାହାଯ୍ୟରେ ହାତୀ ଛୁଆକୁ ଦୀର୍ଘ ୫ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲେ । ସେପଟେ ବନ ବିଭାଗର ଦାୟିତ୍ବହୀନତା ପାଇଁ ଏପରି ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details