ପିପିଲିରେ ପଶିଲା ବନ୍ୟାପାଣି, ଲୋକେ ହନ୍ତସନ୍ତ - ମହାନଦୀରେ ବନ୍ୟା
ପୁରୀ: ପିପିଲିରେ ଦୟାନଦୀର ବନ୍ୟାଜଳ ପ୍ରବେଶ କରିଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଲେଖାଏଁ ପାଣି । ଚୁଲି ଚାଳ ଭାସିବାକୁ ଲାଗିଲାଣି। ଘର ଭିତରେ ପାଣି ପଶିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦୀଗୁଡିକରେ ବନ୍ୟା ଆସିଛି। ଦୟାନଦୀର ବନ୍ୟାଜଳ ପିପିଲି ଅଞ୍ଚଳରେ ପସିଛି । ଭାରତୀପୂର, ପାଣିଦୋଳ ପଞ୍ଚାୟତରେ ଥିବା ଗାଁରେ ଦୟା ନଦୀର ବନ୍ୟାଜଳ ପ୍ରବେଶ କରିଛି। ଲୋକଙ୍କ ଘରେ ପାଣି ପଶିଯାଇଛି। ଖାଇବା ପିଇବା ସବୁ ବନ୍ଦ୍। ଛୋଟ ପିଲାଙ୍କୁ ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟା ବିପନ୍ନ। ପ୍ରଶାସନ ପହଞ୍ଚି ନାହିଁ କି କୌଣସି ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି। ସେପଟେ ପିପିଲି ଜଟଣୀ ମୁଖ୍ୟ ରାସ୍ତାର କଣ୍ଟି ନିକଟର 4 ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୟା ନଦୀର ବନ୍ୟାଜଳ ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ିଯାଇଛି । ଧାନ ଚାଷ, ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।