ଓଡିଶା

odisha

ETV Bharat / videos

କମୁଛି ବନ୍ୟାଜଳ, ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ

By

Published : Aug 18, 2022, 10:42 AM IST

ଖୋର୍ଦ୍ଧା: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଶାଖା ରଣ ନଦୀରେ ଆସିଥିଲା ବନ୍ୟା ଜଳ । ଫଳରେ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଉପରେ ଚାଲିଥିଲା 3ଫୁଟ ଉଚ୍ଚର ବନ୍ୟାଜଳ । ସେଥିପାଇଁ ଏହି ରାସ୍ତାରେ ଯାତାୟତକୁ ବନ୍ଦ କରିଥିଲା ପ୍ରଶାସନ । କିନ୍ତୁ ଆଜି ବନ୍ୟାଜଳ କମିବା ଫଳରେ ବାଘମାରି ଠାରେ 57 ନମ୍ବର ଜାତୀୟ ରାଜପଥରେ ପୋଲିସ ଉପସ୍ଥିତିରେ ଉଭୟ ପାର୍ଶ୍ବରେ ଥିବା ଭାରିଯାନ ଚଳାଚଳ ସ୍ବାଭାବିକ ହେଉଛି । ସେହିଭଳି ପର୍ଯ୍ୟଟନ ସ୍ଥଳୀ ଅଟ୍ରିରେ ଆଜି ମଧ୍ୟ 3ଫୁଟ ଉଚ୍ଚର ବନ୍ୟାଜଳ ରହିଛି । ସେହିପରି ସିମୋର ବାଙ୍କୀ ରାସ୍ତା ତୁଳସୀପୁର ଠାରେ ରାସ୍ତା ଉପରେ ବନ୍ୟାଜଳ ରହିଥିବାରୁ ଯାତାୟତ ବନ୍ଦ ରହିଛି । ସେପଟେ ବନ୍ୟା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ବୁଡି ରହିଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀକୂଳ ।

ABOUT THE AUTHOR

...view details