ରାଜୁଆ ନଦୀରେ ଘାଇ, ପାଣି ଘେରରେ ଖୋର୍ଦ୍ଧା ବ୍ଲକ
ରାଜୁଆ ନଦୀରେ ଘାଇ ପରେ ଖୋର୍ଦ୍ଧା ବ୍ଲକରେ ଅଣାୟତ ହୋଇଛି ସ୍ଥିତି । ଖୋର୍ଦ୍ଧା ବ୍ଲକର 4ଟି ପଞ୍ଚାୟତରେ ପାଣି ପସିଥିବାବେଳେ 3ଟି ପଞ୍ଚାୟତରେ ଅଧିକ ପାଣି ରହିଛି ଏବଂ 13ରୁ ଅଧିକ ଗ୍ରାମ ପ୍ରଭାବିତ ହୋଇ ଥିବାବେଳେ 5ରୁ ଉର୍ଦ୍ଧ୍ବ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ହିରିମୂଳ ଓ ସରଧାପୁରୁ ଗ୍ରାମରେ ସର୍ବାଧିକ ପାଣି ରହିଛି । ଡିହଖୋଳା ଗ୍ରାମର ଦାଣ୍ଡରେ ଅଣ୍ଟାଏ ଉପରେ ପାଣି ରହିଥିବାବେଳେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଞ୍ଚପୁଟୁ ଉପରେ ପାଣି ଯାଉଛି । ଗ୍ରାମର ଲୋକେ ନାହିଁନଥିବା ଅସୁବିଧାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ, ପିଇବା ପାଣି, ଶୁଖିଲା ଖାଦ୍ୟ ସହିତ ତମ୍ବୁ ଯୋଗାଇ ଦିଆଯାଉଛି ।