ପୁରୀରେ ବନ୍ୟା ପରିସ୍ଥିତି, ମକରା ନଦୀରେ ଘାଇ - କଣାସ ବ୍ଲକରେ ପଶିଲା ବନ୍ୟାପାଣି
ପୁରୀ: ମହାନଦୀର ବନ୍ୟାଜଳ ଏହାର ଶାଖା ନଦୀରେ ପ୍ରଵେଶ କରିଛି । ପୁରୀ ଜିଲ୍ଲାର ଦୟା, ମକରା, କୁଶଭଦ୍ରା ନଦୀରେ ବନ୍ୟା । ଏଥିସହ କଣାସ ବ୍ଲକରେ ପଶିଛି ବନ୍ୟାପାଣି । କଉଡିଆପୁର ଠାରେ ଦୟା ନଦୀରେ ୨୦ଫୁଟର ଘାଇ ହୋଇଥିବା ଫଳରେ କଣାସ ବ୍ଲକର 2ଟି ପଞ୍ଚାୟତ ଦୋକନ୍ଦା ଓ ବଡାସ ପଞ୍ଚାୟତ ଜଳବନ୍ଦୀ । ସେପଟେ ଦୟାନଦୀର ବନ୍ୟାପାଣି ପଶି ଭାରତୀପୁର ପଞ୍ଚାୟତର ସମସ୍ତ ଗ୍ରାମ ପ୍ରଭାବିତ ହୋଇଛି । ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବା କୁଶଭଦ୍ରା ନଦୀରେ ବନ୍ୟା ଜଳ ଆସିବା ପରେ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏନେଇ କେତେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ତେଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
Last Updated : Aug 16, 2022, 7:08 PM IST