ହାତାହାତି ହେଲେ ପ୍ରିନ୍ସପାଲ-ପିଅନ, ଭିଡିଓ ଭାଇରାଲ - ପାଲାମୁ ଜିଲ୍ଲା ସ୍କୁଲରେ ପ୍ରିନ୍ସିପାଲ ଏବଂ ପିଅନ ମଧ୍ୟରେ ମାରପିଟ
ରାଞ୍ଚି: ଝାରଖଣ୍ଡର ପାଲାମୁ ଜିଲ୍ଲା ସ୍କୁଲର ଏକ ମାରପିଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି, ସେହି ସ୍କୁଲର ପ୍ରିନ୍ସିପାଲ ଏବଂ ପିଅନ ମଧ୍ୟରେ ମାରପିଟ ଚାଲିଛି । ଦୁହେଁ ଦୁହିଁଙ୍କ ଉପରେ ଠେଙ୍ଗା ମାଡର ବର୍ଷା କରୁଛନ୍ତି । ହେଲେ ମାଡଗୋଳର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।