ଓଡିଶା

odisha

ETV Bharat / videos

ପ୍ରସିଦ୍ଧ ଦଶପଲ୍ଲା ରାବଣପୋଡି ଯାତ୍ରା - ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା

🎬 Watch Now: Feature Video

By

Published : Apr 19, 2022, 9:51 PM IST

ନୟାଗଡ଼: ପ୍ରସିଦ୍ଧ ରାବଣପୋଡି ପାଇଁ ଉତ୍ସବ ମୁଖର ନୟାଗଡ଼ ଜିଲ୍ଲା ଦଶପଲ୍ଲା ସହର । ବାଣରେ ରାତି ପାଲଟିବ ଦିନ ଏବଂ ଶବ୍ଦରେ ପ୍ରକମ୍ପିତ ହେବ ସମ୍ପୂର୍ଣ୍ଣ ଦଶପଲ୍ଲା । ଶ୍ରୀରାମନବମୀ ଠାରୁ ଆରମ୍ଭ ହୋଇଥିବା ରାବଣପୋଡି ଉତ୍ସବରେ ଆଜି ବିଳମ୍ବିତ ରାତିରେ ରାବଣବଦ୍ଧ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ଜମିଛି । କୋରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଦଶପଲ୍ଲାର ଏହି ପ୍ରସିଦ୍ଧ ରାବଣପୋଡି ଯାତ୍ରା ବନ୍ଦ ରହିଥିଲା । ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ଏହି କ୍ରମରେ ଆଗାମୀ 26 ତାରିଖ ଯାଏଁ ଦଶପଲ୍ଲାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details