Digital Dialogue: କାହିଁକି ଓଡିଆ ଲୋକ ରାଜ୍ୟ ବାହାରେ ଦାଦନ ଖଟିବେ: ଶରତ ପଟ୍ଟନାୟକ - ଶରତ ପଟ୍ଟନାୟକଙ୍କ ସାକ୍ଷାତକାର
ଭୁବନେଶ୍ବର: ରାଜ୍ୟରେ ଗଣତନ୍ତ୍ର ନାହିଁ । ଏକଛତ୍ରବାଦ ଶାସନ ଚାଲିଛି। କରଦାତଙ୍କ ଟଙ୍କା ସରକାର ନିଜ ଇଚ୍ଛାରେ ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାରଙ୍କ କିଛି ଭିଜନ ନାହିଁ। ରାଜ୍ୟରେ ପ୍ରକୃତ ବିକାଶ ହୋଇନି। ରାଜ୍ୟରେ ଗରିବୀ ବଢ଼ିଛି। ଚାଷୀ, ମଧ୍ୟବିତ୍ତ, ଯୁବକ, ଛାତ୍ର ସମସ୍ତେ ଅବହେଳିତ । କୃଷି, ସ୍ୱାସ୍ଥ୍ୟ , ଶିକ୍ଷା ଓ ନିଯୁକ୍ତି ସବୁଥିରେ ଓଡିଶା ପଛୁଆ। କଂଗ୍ରେସ ରାଜରାସ୍ତକୁ ଓହ୍ଲାଇବ। ରାଜ୍ୟରେ ଚାଲିଥିବା ଏକଛତ୍ରବାଦ ଶାସନ ବିରୋଧରେ ଲଢେଇ କରିବ । ରାଜ୍ୟ କଂଗ୍ରେସ ସଂଗଠିତ ହେବ । ସଂଗଠନକୁ ସୁଦୃଢ କରିବ । ଦଳର ସମସ୍ତ ନେତାଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ । ରାଜ୍ୟ କଂଗ୍ରେସ ଶକ୍ତିଶାଳୀ ହୋଇ ବିଜେଡି ବିରୋଧରେ ଲଢେଇ କରିବ । ଦଳ ପୁରା ଶକ୍ତିର ସହ ସରକାର ବିରୋଧରେ ଲଢେଇ କରିବ । ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢେଇ କରିବ । ଆସନ୍ତା2024 ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବ । 22 ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଥାଇ ରାଜ୍ୟର କଣ ବିକାଶ ହୋଇଛି ? ଛାତ୍ର, ମହିଳା, ଯୁବ ବିରୋଧୀ ସରକାର ଚାଲିଛି । ଭିତ୍ତିଭୂମି ନାହିଁ, ସରକାରଙ୍କ କିଛି ଦୀର୍ଘମିଆଦି ଯୋଜନା କି ଲକ୍ଷ୍ୟ ନାହିଁ । ଭୋଟ ବ୍ୟାଙ୍କ ରାଜନୀତି ସୃଷ୍ଟି କରିଛନ୍ତି। ଓଡିଆ ଲୋକ କାହିଁକି ରାଜ୍ୟ ବାହାରେ ଦାଦନ ଖଟିବେ ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏଭିଳ ଏକାଧିକ ମୌଳିକ ପ୍ରଶ୍ନ ଉଠାଇଛନ୍ତି ଶରତ । ଦେଖନ୍ତୁ ପୂରା ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା ।