ଓଡିଶା

odisha

By

Published : Apr 23, 2022, 1:22 PM IST

Updated : Apr 23, 2022, 8:06 PM IST

ETV Bharat / videos

Digital Dialogue: କଂଗ୍ରେସରେ ଘମାସାନ, ନରସିଂହଙ୍କ ସାଥିରେ ସରକାର ଅଛନ୍ତି କହିଲେ ସାଲୁଜା

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଘମାସାନ । ଦଳରେ ନେତୃତ୍ବ ପରିବର୍ତ୍ତନ ନେଇ ସବୁବେଳେ ପିସିସି ସଭାପତି ଟାର୍ଗେଟରେ ରହୁଥିବା ବେଳେ ଏବେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ନେଇ ହଟ୍ଟଚମଟ ସୃଷ୍ଟି ହୋଇଛି । କଂଗ୍ରେସ ଦଳରେ ଅନ୍ତଃକନ୍ଦଳକୁ ନେଇ ଇଟିଭି ଭାରତ ଡିଜିଟାଲ ଡାଇଲଗରେ କ୍ଷୋଭ ବଖାଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସାଲୁଜା କହିଛନ୍ତି, ମମିତା ମେହେର ହତ୍ୟା ଘଟଣାକୁ ନେଇ ଡିସେମ୍ବର ମାସ ବିଧାନସଭା ସେସନ୍ ଧୋଇଗଲା । କେବଳ ଗୋବିନ୍ଦକୁ ଗିରଫ କରି କାମ ସାରିଦେଲେ ସରକାର । ସେକ୍ସ ସ୍କାଣ୍ଡଲ ନେଇ କଲ୍ ରେକର୍ଡ଼ିରେ ଯେଉଁମାନଙ୍କ ନାଁ ଆସୁଥିଲା କେସରେ ତାହା ଉଲ୍ଲେଖ ହେଲା ନାହିଁ । ଏହି ହତ୍ୟା ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅକୁ SPECIAL PP କରାଯିବା ଦଳର ବିଧାୟକଙ୍କ ହୃଦୟକୁ ବହୁତ ବାଧିଛି । ସେଥିପାଇଁ ପିସିସି ସଭାପତିଙ୍କ ସହ ବିଧାୟକ ଦଳ ନେତା ମଧ୍ୟ ବଦଳିବା ଦରକାର ବୋଲି ବିଧାୟକମାନେ ଦାବି କଲେ । ନରସିଂହ ମିଶ୍ର ଆମ ବଡ ନେତା । ହେଲେ ଯାହା ଜଣାପଡ଼ୁଛି ନରସିଂହଙ୍କ ସହ ସରକାର ଅଛନ୍ତି । ନିରଞ୍ଜନଙ୍କ ସ୍ଥିତିକୁ ନେଇ ମଧ୍ୟ ସାଲୁଜା ବଡ ବୟାନ ଦେଇଛନ୍ତି । 2019 ନିର୍ବାଚନ ପରେ ଇସ୍ତାଫା ଦେବା ପରେ ନିରଞ୍ଜନ କହୁଛନ୍ତି ସେ ସଭାପତି ନାହାଁନ୍ତି । ପଞ୍ଚାୟତ ଓ ମ୍ୟୁନିସପଲିଟି ନିର୍ବାଚନ ସମୟରେ କୁଆଡ଼େ ଗଲେନାହିଁ । ଯାହା ଫଳରେ ଦଳର ସ୍ଥିତି ଖରାପ ହେଲା । ହେଲେ ୨୦୨୪ ନିର୍ବାଚନରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିଧାୟକ ସାଲୁଜା ଆଶାବାଦୀ ଅଛନ୍ତି । ଯଦି ପଞ୍ଜାବରେ ସରକାର ପଲଟିଲା ଓଡ଼ିଶାରେ କାହିଁ କି ପଲଟିବ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସରେ ଆଭ୍ୟନ୍ତରୀଣ କଳହ ଓ ରାଜନୈତିକ ସ୍ଥିତି ନେଇ ସନ୍ତୋଷ ସିଂହ ସାଲୁଜାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍ ରୁଦ୍ର ନାରାୟଣ ଦାସ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତାକାର ।
Last Updated : Apr 23, 2022, 8:06 PM IST

ABOUT THE AUTHOR

...view details