ଓଡିଶା

odisha

By

Published : May 15, 2022, 7:54 PM IST

ETV Bharat / videos

ନିଜ ଅସଫଳତାକୁ ଲୁଚାଇବା ପାଇଁ ମହାନଦୀ ବିବାଦ ଉଠାଉଛନ୍ତି ଓଡ଼ିଶା ସରକାର: ଡି.ପୁରନ୍ଦେଶ୍ଵରୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି । ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ଦଳ ଗଡ଼ ହାତେଇବା ପାଇଁ ନିଜ ନିଜର ହେଭିୱଟ୍ ନେତା ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇବାରେ ଲାଗିଛନ୍ତି । ଏହି ଉପନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିଖା ଘୋଷଣା କରିଛି । ସେଥିରେ ରହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ । ନିର୍ବାଚନରେ ଜୟଯୁକ୍ତ ପାଇଁ ସେ ଦଳୀୟ କର୍ମୀଙ୍କ ସହିତ ବୈଠକ କରିଛନ୍ତି । ତେବେ ସରକାର ନିଜ ଅସଫଳତାକୁ ଲୁଚାଇବା ପାଇଁ ମହାନଦୀ ବିବାଦ ଉଠାଉଥିବା କହିଛନ୍ତି ପୁରନ୍ଦେଶ୍ବରୀ । ନିର୍ବାଚନୀ ରଣାଙ୍ଗନରେ ବିଜେପିର ବିଭିନ୍ନ ମୁଦ୍ଦାକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡା ପ୍ରତିନିଧି ଗୁରୁଚରଣ ବାଘ ।

For All Latest Updates

TAGGED:

ABOUT THE AUTHOR

...view details