ଓଡିଶା

odisha

ଲାଞ୍ଜିଗଡ଼ରେ ହାତୀ ଆତଙ୍କ, ମାଟିରେ ମିଶିଲା ଘର

By

Published : Jul 15, 2022, 12:18 PM IST

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବସନ୍ତପଡ଼ା ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆଜି ଭୋର ସକାଳୁ ୧୦ ଟିକିଆ ହାତୀପଲ ଆସି ଗାଁର ୫ ଉର୍ଦ୍ଧ୍ବ ଘର ଓ ଶୌଚାଳୟ ଭାଙ୍ଗିବା ସହ କଦଳୀ, ଆମ୍ବ, ସପୁରୀ ବଗିଚା ନଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ ହାତୀପଲ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ ବସନ୍ତପଡ଼ା ଗାଁର ପ୍ରକାଶ ମାଝୀଙ୍କ କଦଳୀ, ସପୁରୀ, ଆମ୍ବ ବଗିଚାକୁ ଦଳିଚକଟି ନଷ୍ଟ କରିଛନ୍ତି । ଏଥିସହ ଅନେକ ଚାଷ ଜମିରେ ଥିବା ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ହାତୀପଲ ନିକଟ ନିୟମଗିରି ଜଙ୍ଗଲରେ ରହିଥିବା ଜାଣିପାରି ଲାଞ୍ଜିଗଡ଼ ବନ ବିଭାଗକୁ ସୂଚନା ଦିଆଯାଇଥିଲା । କିନ୍ତୁ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇନଥିଲେ । ଯାହା ଫଳରେ ହାତୀପଲ ନିକଟ ନିୟମଗିରି ଜଙ୍ଗଲରୁ ଆସି ଅନେକ ଘର ଭାଙ୍ଗିବା ସହ ଫଳ ବଗିଚା ନଷ୍ଟ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details