ଓଡିଶା

odisha

ETV Bharat / videos

Watch Video: ଟୋଲ ଗେଟ୍ କର୍ମଚାରୀଙ୍କୁ ଟ୍ରକ୍ ଆଗରେ ଠିଆ କରି ୧୦ କିମି ନେଇଗଲେ ଚାଳକ

By

Published : Apr 27, 2022, 3:03 PM IST

ଅମରାବତୀ: ଦେଶରେ ସଡ଼କ ଦୁର୍ଘଟଣାରେ ଲାଗୁନି ଅଙ୍କୁଶ । ବେପରୱା ଗାଡ଼ି ଚାଳନା ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ଜୀବନ ଯାଉଛି । ଏହା ସତ୍ତ୍ବେ ମଧ୍ୟ ସଜାଗ ହେଉନାହାନ୍ତି ଗାଡ଼ି ଚାଳକ । ଆପଣ ଦେଖୁଥିବା ଏ ଦୃଶ୍ୟଟି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର । ଜଣେ ଟ୍ରକ ଚାଳକ ଟୋଲ ଗେଟ ନିୟମ ଉଲ୍ଲଂଘନ କରି ଅମାନିଆ ଭାବେ ଗାଡ଼ି ଚଳାଉଥିଲେ । ଆମାକାଟାଡୁସ୍ଥିତ ଟୋଲ ଗେଟ କର୍ମଚାରୀ ଡ୍ରାଇଭରଙ୍କୁ ଅଟକାଇବାକୁ ଯାଇ ଟ୍ରକ ସମ୍ମୁଖକୁ ଚଢ଼ିଯାଇଥିଲେ। ମାତ୍ର ସେ ତାଙ୍କୁ ଅଣଦେଖା କରି 10 କିମି ଯାଏଁ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ । ଟୋଲ ଗେଟର ଅନ୍ୟ କର୍ମଚାରୀମାନେ ପୋଲିସକୁ ଖବର ଦେବା ପରେ ଉକ୍ତ କର୍ମଚାରୀ ଜଣକ ଉଦ୍ଧାର ହୋଇଥିଲେ। ଏହି ଘଟଣାଟି ଗତକାଲିର ହୋଇଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details