ଓଡିଶା

odisha

By

Published : Jul 19, 2022, 1:14 PM IST

ETV Bharat / videos

ଜମି ହଳ କରୁଥିବାବେଳେ ଟ୍ରାକ୍ଟର ଓଲଟି ଚାଳକ ମୃତ

କେନ୍ଦୁଝର: ଚାଷ ଜମି ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ । ସୋମବାର ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁରଗୋଡା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଉଛନ୍ତି ଗ୍ରାମର ଅଧିନ ମହାକୁଡ । ସେ ରାତିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ସେ ପ୍ରାଣ ହରାଇଥିଲେ । ସୋମବାର ରାତି ୧୦ଟାରୁ ଘଟଣା ଘଟିଥିଲେ ମଧ୍ୟ ଏ ସମ୍ପର୍କରେ ପରିବାର ଲୋକଙ୍କୁ କିମ୍ବା ଥାନାକୁ ସୂଚନା ଦିଆଯାଇନଥିଲା । ଆଜି ଖବର ପାଇ ସକାଳୁ ତେଲକୋଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details