ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ମୋ ପାଇଁ ଶ୍ରେଷ୍ଠ ଗୁରୁ ଦକ୍ଷିଣା: ଶିକ୍ଷକ - ଦ୍ରୌପଦୀ ମୁର୍ମୁଙ୍କ ଶିକ୍ଷକ
ରାଇରଙ୍ଗପୁର: ଦେଶର ୧୫ତମ ରାଷ୍ଟ୍ରପତି ହେବା ପରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଆସନ୍ତାକାଲି(ସୋମବାର) ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ରାଇରଙ୍ଗପୁରରେ ଖୁସି ମନାଉଛନ୍ତି ସମ୍ପର୍କୀୟ । ଦ୍ରୌପଦୀ ମୁର୍ମୁ ଉପରବେଡା ଏମଇ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠ ପଡିଥିଲେ ଦ୍ରୌପଦୀ । ସେତେବେଳେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ ବିଶେଶ୍ୱର ମହାନ୍ତ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବିଜୟ ପରେ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷକ ବିଶେଶ୍ବର ମହାନ୍ତ । ଦ୍ରୌପଦୀ ରାଷ୍ଟ୍ରପତି ହେବା ମୋ ପାଇଁ ଶ୍ରେଷ୍ଠ ଗୁରୁ ଦକ୍ଷିଣା ବୋଲି କହିଛନ୍ତି ସେ ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ଥିବା ବିଶେଶ୍ୱର ସାର ।