Watch Video: ରାପ୍ତି ନଦୀର ଗଭୀର ଜଳରାଶିରେ ଖେଳୁଛନ୍ତି ଡଲଫିନ୍ - ଡଲଫିନଙ୍କ ଡ୍ୟାନ୍ସ
ଲକ୍ଷ୍ନୌ: ଗୋରଖପୁର ଦେଇ ପ୍ରବାହିତ ରାପ୍ତି ନଦୀରେ ଖେଳୁଛନ୍ତି ଡଲଫିନ୍ । ଗଭୀର ଜଳରାଶିରେ ଡଲଫିନ ଗୁଡିକ ପାଣି ଭିତରେ ଏପଟ ସେପଟ ହେଉ ଖେଳୁଛନ୍ତି । ଏହାକୁ ଦେଖିବାକୁ ଆଖପାଖର ଲୋକେ ରୁଣ୍ଡ ହୋଇଥିଲେ । ବିଶ୍ବାସ ରହିଛି ଯେ ରାପ୍ତି ନଦୀରେ ଡଲଫିନ୍ ରହିବା ଏକ ଶୁଭ ସଙ୍କେତ ଅଟେ । ଏହି ଭିଡିଓ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ