ଓଡିଶା

odisha

ETV Bharat / videos

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ନଟଖଟିଆକୁ ଦର୍ଶନ କରି ଭାବବିହ୍ଵଳ ଭକ୍ତ - କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଭାବବିହ୍ଵଳ ଭକ୍ତ

By

Published : Aug 30, 2021, 2:44 PM IST

ପବିତ୍ର ଜନ୍ମାଷ୍ଟମୀ ପାଇଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼। ଚଳିତ ବର୍ଷ କୋଭିଡ କଟକଣା ପାଇଁ ଭକ୍ତଙ୍କ ମନରେ କିଛିଟା ଦୁଃଖ ରହିଛି । ତଥାପି ଅନେକ ଦିନ ପରେ ଭଗବାନଙ୍କ ଦର୍ଶନ ପାଇ ଭାବବିହ୍ଵଳ ହୋଇ ପଡ଼ିଛନ୍ତି ଭକ୍ତ। ରେମୁଣା କ୍ଷୀରଚୋରା ମନ୍ଦିରରେ ଭକ୍ତମାନେ ସମସ୍ତ କୋଭିଡ ନିୟମ ମାନି ଭଗବାନଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଭୋଗ ଡାଲା ଓ କ୍ଷୀର ଭୋଗ ବନ୍ଦ ରହିଛି। ଭକ୍ତମାନେ ଧାଡିରେ ଆସିବା ସହ ସେମାନଙ୍କୁ ସାନିଟାଇଜ କରିବା ଏବଂ ଏହାସହ ବାଉଁଶରେ ବ୍ୟାରିକେଡ କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details