ଲଡୁବାବାଙ୍କ ପୀଠରେ ଜଳଲାଗି କଲେ କାଉଡିଆ - ନୟାଗଡ ଖବର
ନୟାଗଡ: ଆଜି ଶ୍ରାବଣ ଶେଷ ସୋମବାର । ଏନେଇ ନୟାଗଡ଼ ଜିଲ୍ଲାର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇଉଠିଛି l ବିଶେଷ କରି ଶରଣକୂଳ ସ୍ଥିତ ପ୍ରସିଦ୍ଧ ବାବା ଲଡ଼ୁବାବାଙ୍କ ପୀଠରେ କାଉଡିଆଙ୍କ ଭିଡ ଲାଗିଛି । ହଜାର ହଜାର କାଉଡିଆ ପ୍ରଭୁ ଶିବଙ୍କ ନିକଟରେ ଜଳ ଲାଗି କରୁଛନ୍ତି l କାଉଡିଆ ମାନେ ବିଭିନ୍ନ ସ୍ଥାନରୁ ଜଳ ଆଣି ଧାଡି କରି ଶିବଙ୍କ ଉପରେ ଜଳ ଢାଲୁଛନ୍ତି l ହର ହର ମହାଦେବରେ ପ୍ରକମ୍ପିତ ହେଉଛି ଲଡ଼ୁବାବାଙ୍କ ପୀଠ l ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l ଏପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲଡ଼ୁବାବା ପୀଠରେ ବ୍ୟାପକ ସୁବିଧା କରାଯାଇଛି l ଇଟିଭି ଭାରତ,ନୟାଗଡ