ରାଇରଙ୍ଗପୁରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ୱଳ
ରାଇରଙ୍ଗପୁର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଇରଙ୍ଗପୁର ସହରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । କୋରୋନା କଟକଣା ଯୋଗୁଁ ବିଗତ ଦୁଇବର୍ଷ ହେଲା ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ପରେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା । ଶ୍ରୀଜୀଉଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇଥିଲା । ଏହାପରେ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେବେ। ସେପଟେ ଶାନ୍ତିପୂର୍ଣ୍ଣ ଭାବେ ଭକ୍ତ ଭଗବାନଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇ ପଡ଼ିଛନ୍ତି ।