ନୂଆଦିଲ୍ଲୀ: ପୁଅର ଚାପୁଡାରେ ଗଲା ମାଆର ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଦ୍ବାରକା ଅଞ୍ଚଳରେ । କୌଣସି ବିଷୟକୁ ନେଇ ପୁଅ, ଶାଶୂ-ବୋହୂ ମଧ୍ୟରେ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ମା’କୁ ଏକ ଶକ୍ତ ଚାପୁଡା ମାରିଥିଲେ ପୁଅ । ଯାହାର ଭିଡିଓ ସିସିଟିଭିରେ କଏଦ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ମାର୍ଚ୍ଚ 15 ତାରିଖରେ ଘଟିଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ