ଶରଧାବାଲିରେ ଭକ୍ତଙ୍କ ଭିଡ, କାଳିଆ ସାଆନ୍ତେଙ୍କ ଦର୍ଶନ ପାଇ ଭାବବିହ୍ବଳ ଶ୍ରଦ୍ଧାଳୁ - ଶରଧାବାଲିରେ ଭକ୍ତଙ୍କ ଭିଡ
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଉତ୍ସବମୁଖର ତୁଳସୀ କ୍ଷେତ୍ର। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଦାରୁବ୍ରହ୍ମ। ଏନେଇ ଭକ୍ତିମୟ ହୋଇଛି ପୁରୀ ସହର । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥରେ ବିରାଜମାନ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ ଜମିଛି । ଭକ୍ତଙ୍କ ଗହଳିରେ ହସୁଛି କାଳିଆ ।