ସୋନିଆଙ୍କୁ EDର ଜେରା, ଝାରସୁଗୁଡ଼ାରେ କଂଗ୍ରେସର ସତ୍ୟାଗ୍ରହ - ସୋନିଆ ଗାନ୍ଧୀଙ୍କୁ EDର ଜେରାକୁ କଂଗ୍ରେସର ବିରୋଧ
ଝାରସୁଗୁଡ଼ା: କଂଗ୍ରେସ ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ EDର ଜେରାକୁ ନେଇ ଦେଶବ୍ୟାପୀ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଏନେଇ ଆଜି ଝାରସୁଗୁଡ଼ା ସହର ସ୍ଥିତ ବସଷ୍ଟାଣ୍ଡ ଛକ ନିକଟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ଏହି ସତ୍ୟାଗ୍ରହରେ ଜିଲ୍ଲା କଂଗ୍ରେସର ବିଭିନ୍ନ କର୍ମକର୍ତ୍ତାଙ୍କ ସହିତ ବରିଷ୍ଠ ସଦସ୍ୟ, ଜିଲ୍ଲା ଛାତ୍ର କଂଗ୍ରେସ ସଦସ୍ୟ ଓ ପୂର୍ବତନ ସାଧାରଣ ସମ୍ପାଦକ ଯୋଗଦେଇ ଶାନ୍ତି ପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିବା ସହିତ ବିଜେପି ଓ ମୋଦି ସରକାରଙ୍କ ଉପରେ ବର୍ଷି ଥିଲେ। ବିଜେପି ସରକାରଙ୍କ ଇଙ୍ଗିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (EF) ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରୁଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଇଟିଭି ଭାରତ, ଝାରସୁଗୁଡ଼ା