ଓଡିଶା

odisha

By

Published : Aug 5, 2022, 6:24 PM IST

ETV Bharat / videos

ଜେଲ୍‌ଭରୋ ଆନ୍ଦୋଳନବେଳେ ବ୍ରହ୍ମପୁରରେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ବ୍ରହ୍ମପୁର: ଦରବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜେଲଭରୋ ଆନ୍ଦୋଳନ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି, ଦରବୃଦ୍ଧି ଓ ବେକାରୀ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନାରାବାଜି କରି କଂଗ୍ରେସ କର୍ମୀ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । CBI ଓ EDର ଦୁରୁପଯୋଗ ଦେଶର ସମ୍ବିଧାନ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ଦଳ ଅଭିଯୋଗ କରିଛି । ଗଞ୍ଜାମ ଜିଲ୍ଲାକୁ ଗତ ୨୩ ବର୍ଷରେ ନବୀନ ସରକାର ସମ୍ପୂର୍ଣ୍ଣ ଅବହେଳା କରିଥିବା କହିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପୀତବାସ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details