ଓଡିଶା

odisha

ETV Bharat / videos

ବଳଦେବଜୀଉ ମନ୍ଦିରରେ ଅଳଙ୍କାର ସଫେଇ ଓ ଶ୍ରୀଜୀଉଙ୍କୁ ଚିତାଲାଗି

By

Published : Jul 28, 2022, 10:44 PM IST

କେନ୍ଦ୍ରାପଡ଼ା : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଏହି ଅବସରରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଚିତା ସଫେଇ ସେବା ସମାପନ ହୋଇଛି । କେନ୍ଦ୍ରାପଡ଼ାର ସ୍ବର୍ଣ୍ଣକାର ସଂଘର ସମସ୍ତ ସଦସ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ସେଠାରେ ବଳଦେବଜୀଉ ମନ୍ଦିର ଦେବୋତ୍ତର ମଠ କାର୍ଯ୍ୟାଳୟ ସମ୍ମୁଖରେ ବଣିଆ ମାନେ ଠାକୁରଙ୍କ ଚିତା, ମୁକୁଟ, ହାର ସମେତ ବିଭିନ୍ନ ଅଳଙ୍କାରକୁ ସଫା କରିଛନ୍ତି । ଏହି ସେବା କାର୍ଯ୍ୟକ୍ରମରେ ବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତପୁନୀ ପୃଷ୍ଟିଙ୍କ ସମେତ ସ୍ୱର୍ଣ୍ଣକାର ସଭାପତି ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details