ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ଚାଲିଛି ପ୍ରଭା ରଙ୍ଗ କାର୍ଯ୍ୟ ଓ ଠେକେରା ବାଡ ସଂଯୋଗ

By

Published : Jun 28, 2022, 3:53 PM IST

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥରେ ପ୍ରଭା ରଙ୍ଗ ହେଉ ଥିବାବେଳେ ଠେକେରା ବାଡ ସଂଯୋଗ କରାଯାଉଛି । ତିନିରଥରେ ପାର୍ଶ୍ଵ ଦେବାଦେବୀଙ୍କୁ ସଂଯୋଗ କରାଯାଇଛି । ମହାରଣା ସେବକ ଶିଖର ଡମ୍ବରୁ ସଂଯୋଗ କରିଥିଲେ । ସେଥିରେ ପାର୍ଶ୍ଵଦେବୀଙ୍କୁ ବିଜେ କରାଯାଇଛି । ପ୍ରଭାଗୁଡ଼ିକୁ ଚିତ୍ର କରାଯାଉଛି । ଘୋଡ଼ା, ସାରଥି ଏବଂ ଅଶ୍ଵମାନଙ୍କୁ ଚିତ୍ରକାର ରଙ୍ଗ କରୁଛନ୍ତି । ଦରଜି ସେବକ ୭୨ ବିଳାସ ପଟି ସମେତ ୧୨ ଦୁଆରିବେଢ଼ା ପାଇଁ କନାକାଟି ସିଲାଇ କରିଛନ୍ତି । ସଖୀଙ୍କୁ ରଙ୍ଗ କରାଯାଇଛି । ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟା କବ୍‌ଜା ପ୍ରସ୍ତୁତ କରୁଛନ୍ତି । ରଥ ଚକ ତଳେ ଲଗାଯାଇଥିବା ଗୁଣ୍ଠି ଗୁଡ଼ିକୁ ଖୋଲାଯାଇଛି । ତିନିରଥ ପାଇଁ ତିନୋଟି ବ୍ରେକ୍ ପ୍ରସ୍ତୁତ କରାଯାଇଛି । କାଠ ଯୋଡ଼େଇ ସ୍ଥାନଗୁଡ଼ିକରେ କଣ୍ଟା ବସାଯାଉଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

...view details