ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: 31ଚକ, 18 ଅଖ ନିର୍ମାଣ ଶେଷ - ରଥଯାତ୍ରା 2022

By

Published : May 26, 2022, 4:37 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ତିନିରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ୪୨ଚକ ମଧ୍ୟରୁ ୩୧ଚକ ନିର୍ମାଣ ଶେଷ ହୋଇଛି । ସେଥିରେ ତାଳଧ୍ଵଜ ରଥର ୧୪ରୁ ୧୦, ନନ୍ଦିଘୋଷ ରଥର ୧୬ରୁ ୧୧ ଏବଂ ଦେବଦଳନ ରଥର ୧୨ରୁ ୧୦ଟି ଚକ ନିର୍ମାଣ କରାଯାଇଛି । ସେହିପରି ଭୂଇଁ ନିର୍ମାଣ ପାଇଁ ୨୪ ଭୂଇଁ ଚଉତା କାର୍ଯ୍ୟ ଶେଷ ହୋଇଛି । ତିନିରଥର ୧୨ଟି ମୁହାଁଣ୍ଟ ଏବଂ 4ଟି ଲେଖାଏଁ ନିରାଡି ଶେଷ ହୋଇଛି । ଅବଶିଷ୍ଟ ଚକ ନିର୍ମାଣ ପାଇଁ ତୁମ୍ବ ଗୁଡିକରେ ଅର ଓ ପହି ସଂଯୋଗ କରାଯାଉଛି । ଭଉଁରି ତିଥରେ ଚକଡେରା ପାଇଁ ତିନୋଟି ଅଖ ନିର୍ମାଣ କରାଯାଇଥିଲା । ବାକିଥିବା ୧୮ ଅଖ ନିର୍ମାଣ କରାଯାଉଛି । ରୂପକାର ସେବକଙ୍କ ଦ୍ଵାରା ୧୮ଟି ସାଲଗୁଜରେ ସିଂହବରାଳ ମୂର୍ତ୍ତି ଖୋଦେଇ କରାଯାଇଛି । ଏହାଛଡା ୧୨ଟି ତିଖଗୁଜରେ ଖୋଦେଇ କାର୍ଯ୍ୟ ଅବ୍ୟାହତ ରହିଛି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ଵାରା ବଳା, ଘଡିମୁହଁ, ଦଣ୍ଡାକଣ୍ଟା ନିର୍ମାଣ କରାଯାଉଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details